Odisha Link
Bridging the Missing Links in Odisha

୪୦ ବର୍ଷ ତଳର ପୁରୁଣା ସ୍କୁଟର ଚଲାଇ ପହଞ୍ଚିଲେ ରାଜା ସ୍ୱାଇଁ; ଦାଖଲ କଲେ ପ୍ରାର୍ଥିପତ୍ର

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ହେଉଥିବା ନିର୍ବାଚନ ମାହୋଲ। ଲୋକସଭା ନିର୍ବାଚନ ୨୦୨୪ର ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ଏସବୁ ଭିତରେ ନାମାଙ୍କନ ପର୍ବ ଜାରି ରହିଛି।

ବାବା ଧବଳେଶ୍ବରଙ୍କୁ ପୂଜାର୍ଚ୍ଚନା କରି ୪୦ ବର୍ଷ ତଳର ପୁରୁଣା ସ୍କୁଟର ଚଲାଇ ନାମାଙ୍କନ ଭରିବାକୁ ଗଲେ ବିଜେଡିର ଆଠଗଡ଼ ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସକାଳୁ ସକାଳୁ ଧବଳେଶ୍ବରଙ୍କ ପୀଠରୁ ଏକ ବିରାଟ ବାଇକ ଶୋଭାଯାତ୍ରା କରି ନାମାଙ୍କନ ଭରିବାକୁ ବାହାରିଥିଲେ ରଣେନ୍ଦ୍ର। ଆଠଗଡ଼ ବିଧାନସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Leave A Reply

Your email address will not be published.