Odisha Link
Bridging the Missing Links in Odisha

ଦବିଗଲା ନିର୍ମାଣଧୀନ ରେଳରାସ୍ତା

କେନ୍ଦ୍ରପାଡ଼ା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଦୁଇ ପଟକୁ ଧସିଯାଇଛି। ଫଳରେ ୩ଟି ପରିବାର ପ୍ରଭାବିତ ହୋଇଛି। ଘର ଉପରକୁ ମାଟି ମାଡି ଆସିଛି। ପକ୍କା ଘରଗୁଡିକରେ ଫାଟ ସୃଷ୍ଟି ହୋଇଛି। ଯାହାକୁ ନେଇ ଏହି ୩ ପରିବାର ସମେତ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ପୂର୍ବରୁ ଏନେଇ ଗ୍ରାମବାସୀମାନେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିଲା। ଏଥିପାଇଁ ଆଜି ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ପ୍ରଭାବିତ ପରିବାର ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତୀ ଦେବାକୁ ଚେତାବନୀ ଦେଇଛନ୍ତି।