ଏଣିକି ଟିପ ନୁହେଁ ଆଇରିସ୍: ମନ୍ତ୍ରୀ

ଭୁବନେଶ୍ବର : ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ସୁବିଧା ପାଇଁ ଏଣିକି ନୂଆ ବ୍ୟବସ୍ଥା ହେବ। ଯେଉଁମାନଙ୍କ ଟିପ ଚିହ୍ନ ଆସୁନାହିଁ, ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ହେବ। ଟିପ ଚିହ୍ନ ବାଧ୍ୟତାମୂଳକ ନିୟମକୁ କୋହଳ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ଏଣିକି ଆଇରିସରେ ଆଖିର ସ୍କାନ କରାଯାଇ ବାୟୋମେଟ୍ରିକ ମ୍ୟାଚିଂ ହେବ। ଆଜି ବିଧାନସଭାରେ ଟିପ ଚିହ୍ନ ଆସୁନଥିବା ହିତାଧିକାରୀଙ୍କୁ ନେଇ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହା କହିଛନ୍ତି।