Odisha Link
Bridging the Missing Links in Odisha

ସରିଲା ମାଟ୍ରିକ ପରୀକ୍ଷା; ୧୮ରୁ ଖାତା ଦେଖା

ଭୁବନେଶ୍ବର: ଆଜି ଦିନ ସରିଲା ମାଟ୍ରିକ ପରୀକ୍ଷା। ତେବେ ମାଟ୍ରିକ ପରୀକ୍ଷା ପରେ ଏବେ ଖାତା ଦେଖା ଚିନ୍ତାରେ ବୋର୍ଡ। ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ବୋଲି ଜଣାପଡିଛି। ତେବେ ମାଟ୍ରିକ ଖାତା ଦେଖାରେ ନିୟୋଜିତ ହେବେ ୧୫ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ।

ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା। ମୋଟ୍ ୨ ହଜାର ୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୪୭ ହଜାର ପରୀକ୍ଷାର୍ଥୀ। ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଥିଲା। ପରୀକ୍ଷା ପାଇଁ ୨ ହଜାର ୭୬୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ମୋଟ ୩୦୭ଟି ନୋଡାଲ୍‍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଥିଲା । ପରୀକ୍ଷା ଠିକଣା ଭାବେ ପରିଚାଳନା ପାଇଁ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ସ୍କ୍ବାର୍ଡ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା। ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଥିଲା। ସେହିପରି ପରୀକ୍ଷା ସମୟରେ ବିଭିନ୍ନ ସ୍ଥାନରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କେଉଠି ସିସିଟିଭି ଭାଙ୍ଗିଥିଲେ, ତ କେଉଠି ନୋଡାଲ ସେଣ୍ଟରରେ ନିଆଁ ଲାଗିଯାଇଥିଲା । ତେବେ କପି କରି ମଧ୍ୟ କିଛି ପରୀକ୍ଷାର୍ଥୀ ଧରାପଡିଛନ୍ତି। ଏବଂ ପରୀକ୍ଷାର୍ଥୀଙ୍କ ବଦଳରେ ଅନ୍ୟ କେହି ଆସି ପରୀକ୍ଷା ଦେଉଥିବା ଅଭିଯୋଗରେ ମଧ୍ୟ ଧରାପଡିଛନ୍ତି।

Comments are closed.