Odisha Link
Bridging the Missing Links in Odisha

ନିଖୋଜ ସ୍ବାମୀଙ୍କୁ ଫେରାଇ ଆଣ ପାଇଁ ସ୍ତ୍ରୀର ଆକୁଳ ନିବେଦନ

ଉଦଳା: ଗତ ୫ ଦିନ ହେବ ଉଦଳା ବିଜ୍ଞପିତ ଅଞ୍ଚଳର ୧୧ ନମ୍ବର ୱାର୍ଡର ଜଗଦାନନ୍ଦ ମହାପାତ୍ର କୁଆଡେ ଯାଇଛନ୍ତି କିଛି ପତ୍ତା ମିଳୁନି। ସାରା ପରିବାର ଏବଂ ସଂପର୍କୀୟ କାନ୍ଦୁଛନ୍ତି। ଭୟ ଏବଂ ଆଶଙ୍କାରେ ଅଛନ୍ତି ଜଗଦାନନ୍ଦଙ୍କ ପତ୍ନୀ। ଆକୁଳ ନିବେଦନ କରି ପତ୍ନୀ କହୁଛନ୍ତି ମୋ ସ୍ବାମୀଙ୍କୁ ଫେରାଇ ଆଣ। ତାଙ୍କ ସ୍ବାମୀ ଗତ ୫ ତାରିଖ ଦିନ ବାଲେଶ୍ବର ଜିଲ୍ଲା ପୁରୁଣା ଗାଁକୁ ଯାଇଥିଲେ। ସେଠାରୁ ସେ ବସ୍ ଯୋଗେ ଉଦଳା ଫେରିଥିଲେ।
ସନ୍ଧ୍ୟା ସମୟରେ ଉଦଳା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ପତ୍ନୀଙ୍କ ସହିତ ଫୋନରେ କଥା ହୋଇଥିଲେ। କିଛି କାମ ସାରି ଘରେ ପହଞ୍ଚିବେ ବୋଲି କହିଥଲେ। ହେଲେ ଘଣ୍ଟାଏ ପରେ ବି ଜଗଦାନନ୍ଦ ଘରକୁ ନଫେରିବାରୁ ତାଙ୍କୁ ଫୋନ୍ କରିଥିଲେ ପତ୍ନୀ ସରିତା ମହାପାତ୍ର । ହେଲେ ଜଗଦାନନ୍ଦଙ୍କ ଫୋନ୍ ସୁଇଚ ଅଫ୍ ଆସିଥିଲା । ପରିବାର ଲୋକେ ବସଷ୍ଟାଣ୍ଡ ଆସି ଖୋଜିଥିଲେ। ବସଷ୍ଟାଣ୍ଡରେ ଏକ ଦୋକାନରେ ଜଗଦାନନ୍ଦ ନିଜ ବ୍ୟାଗ ଛାଡିଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।
ଖୋଜାଖୋଜି ପରେ ପତ୍ତା ନ ପାଇବାରୁ ଶେଷରେ ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ। ଜଗଦାନନ୍ଦଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୋଲିସ୍ ତଦନ୍ତ କରୁଛି । ତେବେ ଜଗଦାନନ୍ଦ ଗଲେ କୁଆଡେ, କିଏ ତାଙ୍କୁ ଅପହରଣ କରିଲା ଏହି ପ୍ରଶ୍ନ ଚିନ୍ତା ବଢାଇଛି।