ସାପ୍ତାହିକ ହାଟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ନିଆଳି: କଟକ ଜିଲ୍ଲା ନିଆଳିର ସାପ୍ତାହିକ ହାଟରେ ଥିବା ଶତାଧିକ ଚାଳିଆକୁ ଦୁର୍ବୃତ୍ତ ମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡରେ ଶତାଧିକ ବ୍ୟବସାୟୀ ତାଙ୍କର ବେପାର ବଣିଜ କରି ପରିବାର ପୋଷୁ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ଚାଳି ଗୁଡିକରେ ନିଆଁ ଲଗାଇ ଦେଇଛି। ଫଳରେ ୬୦ ରୁ ଉର୍ଦ୍ଧ୍ବ ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ହାଟ ଥିବାରୁ ବ୍ୟବସାୟୀ ମାନେ ବ୍ୟବସାୟ କରିବାକୁ ଆସିଥିଲେ। ହେଲେ ସ୍ଥିତି ଦେଖି ବ୍ୟବସାୟ ବନ୍ଦ କରିଛନ୍ତି। ହାଟ ଚାଳିରେ ପ୍ରାୟ ସବୁ ଦିନ ସଂଧ୍ୟା ସମୟରେ ଅସାମାଜିକ ବ୍ୟକ୍ତି ଡେରା ପକାଇଥାନ୍ତି। ଦୁଇ ଦିନ ତଳେ ନିଆଳି ପୋଲିସ କିଛି ବ୍ୟକ୍ତିଙ୍କୁ ଧରି ଧମକ ଚମକ ଦେଇ ସେଥିରୁ ନିବୃତ ରହିବା ପାଇଁ କହିଥିଲା। ତେଣୁ ଆକ୍ରୋଶମୂଳକ ଭାବେ ନିଆଳି ହାଟଚାଳିକୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା କୁହାଯାଉଛି। ଫଳରେ ବହୁ ବ୍ୟବସାୟୀ ନିଜର ଜୀବିକା ହରାଇଛନ୍ତି। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।