Odisha Link
Bridging the Missing Links in Odisha

ରାଜଧାନୀରୁ ବ୍ରାଉନସୁଗାର ଜବତ, ୪ ଗିରଫ

ଭୁବନେଶ୍ବର : ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ କରାଯାଇଛି। ଏନେଇ ଜବତ କଲା ନୟାପଲ୍ଲୀ ଥାନା ପୋଲିସ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଷଣ୍ଢପାଲି ଗାଁର ସୁକାନ୍ତ ବେହେରା, ବାଲେଶ୍ବରର ସହଦେବଖୁଣ୍ଟାର ସନା ମଲ୍ଲିକଙ୍ଗ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ଦୁଇଟି ମୋବାଇଲ ସହ ୭୫୦ ଟଙ୍କା ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ହେବ ୫ ଲକ୍ଷ ଟଙ୍କାରୁ ଅଧିକ।
ସେହିଭଳି ଜଟଣୀ ଥାନା ଅଞ୍ଚଳରେ ଡ୍ରଗ୍ ଟାକ୍ସ ଫୋର୍ସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଖୋର୍ଦ୍ଧା ଟାଉନ୍ ଅଞ୍ଚଳଳର ଦିଲ୍ଲୀପ ହରିଚନ୍ଦନ ଏବଂ ଖୋର୍ଦ୍ଧା ସଦର ଅଞ୍ଚଳର ମହମ୍ମଦ ଶେଖାଓ୍ବତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। ଦୁଇଟି ବାଇକ୍, ମୋବାଇଲ ଫୋନ୍ ସହ ନଗଦ ୩ଶହ ଟଙ୍କା ଜବତ ହୋଇଛି।

Comments are closed.