Odisha Link
Bridging the Missing Links in Odisha

ବିଧାନସଭା ନିର୍ବାଚନ: ୪୦ ନୂଆ ମୁହଁ ସହ ମୈଦାନରେ ବିଜେଡି, ୩୬ ନେତାଙ୍କୁ ଭରସା କଲାନି ଦଳ

ଓଏଲ୍‌ ବ୍ୟୁରୋ: ସରଗରମ ଓଡ଼ିଶା ରାଜନୀତି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଜାରି ରଖିଥିବା ବେଳେ ଶାସକ ବିଜୁ ଜନତା ଦଳ ପ୍ରଥମ ଦଳ ଭାବେ ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ୧୪୪ଟି ଆସନ ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମୋଟ ୯ଟି ପର୍ଯ୍ୟାୟରେ ୧୪୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି।

ସବୁଠୁ ବଡ଼କଥା ହେଲା ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ୧୪୭ ଜଣଙ୍କୁ ଦଳ ଟିକେଟ ଦେଇଥିଲା ସେ ମଧ୍ୟରୁ ୪୦ ଜଣ ୨୦୨୪ ବିଧାନସଭା ନିର୍ବାଚନରେ ଟିକେଟ ପାଇନାହାନ୍ତି। ସେ ମଧ୍ୟରେ ୪ଜଣଙ୍କୁ ଦଳରୁ ବହିଷ୍କାର କରିଥିଲା ଦଳ। ୩୬ ଜଣ ନେତାଙ୍କ ଉପରେ ଦଳ ଭରଷା କରିପାରିନି। ଆଉ କିଛି ନେତା ବିଧାୟକ ପଦରେ ଥାଇ ମଧ୍ୟ ଦଳ ମଧ୍ୟ ଛାଡ଼ିଛନ୍ତି। ମୋଟ ୪୦ଟି ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜୁ ଜନତା ଦଳ। ଏଥିସହ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଂସଦ ପ୍ରାର୍ଥୀ ପାଇଁ ମନୋନୀତ କରିଛି।

ବିଜେଡିରୁ ବହିଷ୍କୃତ ହୋଇଥିବା ନେତା:

୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ଟିକେଟ ପାଇ ବିଧାୟକ ହୋଇଥିବା ୪ ଜଣଙ୍କୁ ଦଳ ବହିଷ୍କାର କରିଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ବିଦା କରିଥିବା ବେଳେ ସେ ଏଥର ବିଜେପିରୁ ଟିକେଟ ପାଇ ବ୍ରହ୍ମପୁର ସାଂସଦ ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଦଳ ବହିଷ୍କୃତ କରିଥିଲା।

ଟିକେଟ ପାଇନଥିବା ନେତା:
ରାଜକିଶୋର ଦାସ – ମୋରଡ଼ା
ରମେଶ ଚନ୍ଦ୍ର ସାଏ – ଆଠମଲ୍ଳିକ
ସଦାଶିବ ପ୍ରଧାନୀ- ଦବରଙ୍ଗପୁର
ସୁବତ୍ର ତରାଇ- ରଘୁନାଥପାଲୀ
ମୀନାକ୍ଷୀ ମହାନ୍ତ – ଚମ୍ପୁଆ
ପଦ୍ମୀନ ଦିଆନ – କୋଟପାଡ଼
ଉଷା ଦେବୀ – ଚିକିଟି
ସାବିତ୍ରୀ ଅଗ୍ରୱାଲ-ପାଟକୁରା
ସୁନନ୍ଦା ଦାସ-ବରୀ
ଅନନ୍ତ ଦାସ-ଭୋଗରାଇ
ଜ୍ୟୋତିନ୍ଦ୍ରନାଥ ମିତ୍ର-ଖୋର୍ଦ୍ଧା
ଅରୁନ୍ଧତୀ ଦେବୀ-ଦେବଗଡ
ଅମର ପ୍ରସାଦ ଶତପଥି-ବଡଚଣା
ଅଙ୍ଗଦ କହଁର-ଫୁଲବାଣୀ
ବିଜୟ ଶଙ୍କର ଦାସ-ତିର୍ତ୍ତୋଲ
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ
କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା
ଭୁପିନ୍ଦର ସିଂହ – ନର୍ଲା
ଅଶୋକ ବଳ – କୋରେଇ
ମୌସଧୀ ବାଗ୍‌- ଧର୍ମଗଡ଼
ନତ୍ୟାନନ୍ଦ ସାହୁ – ବସ୍ତା
ପ୍ରୀତମ ପାଢ଼ୀ – ପଟ୍ଟାଙ୍ଗୀ
ପ୍ରକାଶ ଚନ୍ଦ ମାଝୀ – ଝରିଗାଁ
ପୂର୍ଣ୍ଣଚନ୍ଦ୍ର ବାକା – ଚିତ୍ରକୋଣ୍ଡା
ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ – ସୋରଡ଼ା
ପ୍ରତାପ ଜେନା-ମାହାଙ୍ଗା
ପ୍ରେମାନନ୍ଦ ନାୟକ-ତେଲକୋଇ
ରଘୁନାଥ ଦାସ-ବାଲିକୁଦ-ଏରସମା
ରଜନିକାନ୍ତ ସିଂହ-ଅନୁଗୁଳ
ସମ୍ବିତ ରାଉତରାୟ-ପାରାଦୀପ
ସମୀର ରଞ୍ଜନ ଦାଶ-ନିମାପଡା
ଶଶୀ ଭୂଷଣ ବେହେରା-କେନ୍ଦ୍ରାପଡା
କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା
ପର୍ଶୁରାମ ଧଡା-ସୋର

ଦଳ ଛାଡ଼ିଥିବା ନେତା:
ହିନ୍ଦୋଳର ବିଧାୟିକା ସୀମାରାଣୀ ନାୟକ, ଜୟଦେବର ବିଧାୟକ ଅରବିନ୍ଦ ଢାଲି, ଆନ୍ଦପୁରର ବିଧାୟକ ଭାଗୀରଥି ସେଠୀ ଦଳ ଛାଡ଼ିଛନ୍ତି।

Leave A Reply

Your email address will not be published.