୨୧ ଦିନ ଯାଏ ପୂରା ଦେଶ ଲକ୍ ଡାଉନ୍

ନୂଆଦିଲ୍ଲୀ: ଆଜି ମହାମାରୀ କରୋନା ଭାଇରସକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଜନତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଜନତା କର୍ଫ୍ୟୁକୁ ଭାରତବାସୀ ସଫଳ କରିଛନ୍ତି ଆଉ ଜଣାଇଛନ୍ତି କି ଭାରତକୁ ବିପଦ ଆସିଲେ ସମସ୍ତେ କେମିତି ଏକଜୁଟ ହୋଇ ଲଢନ୍ତି। ହେଲେ କରୋନା ମୁକାବିଲା କରିବା ପାଇଁ କେବଳ ଜନତା କର୍ଫ୍ୟୁ ଯଥେଷ୍ଟ ନୁହଁ ବୋଲି ମୋଦି କହିଛନ୍ତି।
କରୋନାର ମୁକାବିଲା ପାଇଁ ଆଜି ରାତିରୁ ୨୧ ଦିନ ପାଇଁ ଦେଶ ସାରା ଜାରି ରହିବ ଲକ ଡାଉନ। ଏହା କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଆପଣ ଯିଏ ଯେଉଁଠି ରହିଛନ୍ତି ସେଇଠି ରୁହନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ମୋର ବିଶ୍ବାସ ଅଛି ଯେ, ସାରା ଦେଶବାସୀ ଏହାକୁ ଧ୍ୟାନ ଦେବେ ଆଉ କରୋନା ମୁକାବିଲାକୁ ସଫଳ କରିବେ ବୋଲି ମୋଦି କହିଛନ୍ତି।
ଏଥିସହିତ କରୋନାର ଅର୍ଥ ବୁଝେଇଛନ୍ତି ମୋଦି। ସେ କହିଛନ୍ତି ଯେ, କୋରାନ ମୁକାବିଲା ପାଇଁ କେହି ଘରୁ ବାହାରନ୍ତୁନ । କରୋନା ମାନେ ‘କେହି ଘରୁ ନବାହାରିବା’- ମୋଦି