ଗରାବଡ଼ୁ ନିଯୋଗର ହେବ କରୋନା ଟେଷ୍ଟ

ଭୁବନେଶ୍ବର: ଆଗକୁ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସହିତ କରୋନା ଭାଇରସ୍କୁ ନେଇ ସଚେତନତା ବୈଠକ କରାଯାଇଛି। ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା। ୨୯ ଓ ୩୦ରେ ଗରାବଡ଼ୁ ନିଯୋଗର କୋଭିଡ଼ ପରୀକ୍ଷା କରାଯିବ ବୋଲି ବୈଠକ ପରେ ସୂଚନା ମିଳିଛି। ମୋଟ ୧୭୨ ଜଣ ଗରାବଡ଼ୁ ସେବାୟତଙ୍କ ହେବ ପରୀକ୍ଷା।
ଏହାସହ ଅନ୍ୟ ୧୦ଟି ନିଯୋଗର ଟେଷ୍ଟ ପାଇଁ ପ୍ରସ୍ତାବ ରହିଛି। ପୂର୍ବରୁ ରଥ ନିର୍ମାଣ ସେବକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସ୍ନାନ ପୂର୍ଣ୍ଣିମା ନୀତି ପାଇଁ ସେବାୟତଙ୍କ ତାଲିକା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ମେ ୨୫ସୁଦ୍ଧା ସେବାୟତଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ହୋଇଥିବା ସୂଚନା ରହିଛି ।