ସୁପ୍ରିମକୋର୍ଟଙ୍କ ରାୟ ପରେ ବଡଦାଣ୍ଡରେ ରଥଯାତ୍ରା ସମ୍ଭବ ନୁହେଁ : ଗଜପତି

ପୁରୀ: ଏଥର ହେବନି ବିଶ୍ବ ପ୍ରସିଦ୍ଧ ରଥଯାତ୍ର। ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବ । କିନ୍ତୁ ସୁପ୍ରିମକୋର୍ଟ ଯାହା ରାୟ ଶୁଣାଇଛନ୍ତି ସମସ୍ତେ ତାହା ମାନିବାକୁ ବାଧ୍ୟ । କୋଭିଡ଼ ପରିସ୍ଥିତିରେ ରଥଯାତ୍ରା ସମ୍ଭବ ହେବନାହିଁ ।
ଏଥିସହିତ ସେ ଆହୁରି କହିଛନ୍ତି ଯେ, କୋର୍ଟଙ୍କ ରାୟ ପରେ ବଡ଼ଦାଣ୍ଡରେ ରଥଯାତ୍ରା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ମନ୍ଦିର ଭିତରେ ରଥଯାତ୍ରା ନେଇ କଣ ନୀତିକାନ୍ତି କରାଯିବ ସେନେଇ ଆଲୋଚନା କରାଯିବ। ଶଙ୍କରାଚାର୍ଯ୍ୟ ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ନୀତିକାନ୍ତି ସ୍ଥିର ହେବ। ଏଥିସହିତ ପରିଚାଳନା କମିଟିରେ କୋର୍ଟଙ୍କ ରାୟକୁ ନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।