ନୟାଗଡ଼ରେ ବିଭତ୍ସ ହତ୍ୟାକାଣ୍ଡ, ଦେଶୀ ମଦ ବେପାରିଙ୍କୁ ଶିଳରେ ଛେଚି ହତ୍ୟା

ନୟାଗଡ଼: ଆଜି ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ଉପକଣ୍ଠରେ ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଛି। ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଡିଆଁପଡ଼ା ଗ୍ରାମରେ ଏଭଳି ହତ୍ୟାକାଣ୍ଡ ହୋଇଛି। ଦୁର୍ବୃତ୍ତ ଜଣକ ଶିଳରେ ଛେଚି ଛେଚି ହତ୍ୟା କରିଥିବା ସୂଚନା ରହିଛି। ମୃତକ ବ୍ୟକ୍ତି ଜଣକ ହେଲେ ଡିଆଁପଡ଼ା ଗ୍ରାମର ୬୫ ବର୍ଷିୟ ପ୍ରହଲ୍ଲାଦ ଜେନା।
ସୂଚନା ମୁତାବକ, କିଛିଦିନ ଧରି ମୃତ ପ୍ରଦଲ୍ଲାଦ ଗାଁ ଜଙ୍ଗଲ ପାଖରେ ଥିବା ତାଙ୍କ ଜମି ନିକଟରେ ଏକ କୁଡ଼ିଆରେ ବସବାସ କରିବା ସହିତ କରି ଚାଷ ବାଷ କରୁଥିଲେ। ମୃତ ପ୍ରହଲ୍ଲାଦଙ୍କ ସାନପୁଅ ଜଗନ ଜେନା ଘରେ ରହୁଥିବା ବେଳେ ପ୍ରହଲ୍ଲାଦ ସବୁ ସମୟରେ ଚାଷ ବିଲ ପାଖ କୁଡ଼ିଆରେ ରହିବା ରୋଷେଇ କରି ଚଳୁଥିଲେ। ଗତକାଲି ସଂନ୍ଧ୍ୟାରେ ସାନପୁଅ ବିଲରୁ ଫେରିଥିବା ବେଳେ ଆଜି ସକାଳୁ ବିଲକୁ ଯିବାକୁ ବାପା ପ୍ରହଲ୍ଲାଦ ତାଙ୍କୁ କହିଥିଲେ। ସାନପୁଅ ଆଜି ଭୋର ସମୟରେ ବିଲ ମୁଣ୍ଡ କୁଡ଼ିଆରେ ପହଁଞ୍ଚିବେ ବେଳକୁ ସେଠାରେ ତାଙ୍କ ବାପାଙ୍କ ରକ୍ତ ଜୁଡ଼ୁବୁଡ଼ ମୃତ ଦେହ ଦେଖିବାକୁ ପାଇଥିଲେ। ଏହାପରେ ସାନପୁଅ ଜଗନ ବାସୁଦେବଙ୍କୁ ଫୋନ ଯୋଗେ ଜଣାଇବା ପରେ ବାସୁଦେବ ଗାଁ ଲୋକଙ୍କୁ ଧରି ବିଲ ମୁଣ୍ଡରେ ପହଁଞ୍ଚି ବାପାଙ୍କୁ କେହି ମସଲା ବଟା ଶିଳରେ ଛେଚି ହତ୍ୟା କରିଥିବା ଦେଖିବାକୁ ପାଇଥିଲେ।
ପ୍ରହଲ୍ଲାଦଙ୍କୁ ପୂର୍ବ ଶତ୍ରୁତାରୁ କେହି ହତ୍ୟା କରିଥିବା ନେଇ ଦୁଇ ପୁଅ ଅଭିଯୋଗ କରୁଥିବା ଜଣାଯାଇଛି। ପ୍ରହଲ୍ଲାଦଙ୍କ ସାନପୁଅ ଜଗନ ସହ ତାଙ୍କ ଦାଦା ତଥା ପ୍ରହଲ୍ଲାଦଙ୍କ ଭାଇଙ୍କର କିଛିଦିନ ତଳେ ଗଣ୍ଡଗୋଳ ହୋଇଥିବା ବେଳେ ପ୍ରହଲ୍ଲାଦଙ୍କ ସହ ନିକଟସ୍ଥ ପଣ୍ଡୁସର ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ମଧ୍ୟ ଟଙ୍କା ପଇସାକୁ ନେଇ ଝଗଡ଼ା ହୋଇଥିା। ଅପରପକ୍ଷେ ପୁଲିସ ଏହି ହତ୍ୟାକାଣ୍ଡର ଖୁବଶୀଘ୍ର ଖୁଲାସା କରିବ ବୋଲି ଡିଆଁପଡ଼ା ଅଞ୍ଚଳ ବାସୀ ଆଶା ରଖିଛନ୍ତି।
ଏହି ଘଟଣା ଜାଣିବା ପରେ ଟାଉନଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳ, ସ୍ମୃତି ରଂଜନ ମହାନ୍ତି, ଏଏସ୍ଆଇ ଅଶୋକ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଳେ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ପହଁଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।