Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷା ନାରା ଏକ ପ୍ରହସନ : ମହିଳାମୋର୍ଚ୍ଚା

ଭୁବନେଶ୍ବର: ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ୍ତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରିଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାର ବିଜେପି ନେତ୍ରୀ ସୁରଭି ପାଣି ଓ ଅଂଜଳୀ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧୀ ଦଳ ମୃତା ନାବାଳିକାଙ୍କ ପରିବାର ସଦସ୍ୟକୁ ଭେଟିବା ସହ ଘଟଣାସ୍ଥଳକୁଯାଇ ସରଜମିନ ତଦନ୍ତ କରିଛନ୍ତି । ପ୍ରତିନିଧୀ ଦଳ ପ୍ରଥମେ ମୃତା ନାବାଳିକାଙ୍କ ଗାଁ ବାଗଚୁଆଁ ଠାରେ ପହଂଚି ପରିବାର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଘଟଣା ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ପରିବାର ଲୋକ ମୃତା ନାବାଳିକା ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା କଥା ଜଣାଇଛନ୍ତି । ପରେ କୋଟପାଡ ଥାନା ଆଇଆଇସିଙ୍କ ସହ ପ୍ରତିନିଧୀ ଦଳ ଆଲୋଚନା କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଥିଲେ । ପ୍ରତିନିଧୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ବି କୌଣସି ସନ୍ତୋଷଜନକ ଉତର ମିଳିନଥିଲା । ତଦନ୍ତ ପରେ ପ୍ରତିନିଧୀ ଦଳ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀଙ୍କୁ ଭିଡିଓ କନଫରେନ୍ସିରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ପ୍ରତିଦିନ ମହିଳା ଓ ନାବାଳିକାମାନଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି । ବିଶେଷ କରି ଆଦିବାସୀ ନାବାଳିକା ମାନଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି । ଏଥିରୁ ସ୍ପଷ୍ଟ ହେଉଛି କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଜନିତ ହତ୍ୟା ଘଟଣାରେ ପୋଲିସର ସ୍ଥାଣୁତା ଏବଂ ଗୃହବିଭାଗର ଅପାରଗତାକୁ ପଦାରେ ପକାଇଛି । କୋରାପୁଟ ନାବାଳିକା ଦୁଷ୍କର୍ମ ଘଟଣାରେ ଦୃବୁତ ମାନେ ନାବାଳିକା ସହ ଗଣଦୁଷ୍କର୍ମ କରି ପରେ ତାଙ୍କୁ ହତ୍ୟା କରିଛନ୍ତି । କିନ୍ତୁ ପୋଲିସ ଏବେ ଶାସକ ଦଳ ଚାପରେ ଏହି ଘଟଣାକୁ ଚାପି ଦେବାକୁ ବସିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷାର ଡିଣ୍ଡିମ ପିଟୁଥିବାବାଳେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ରାଜ୍ୟସରକାରଙ୍କ ମହିଳା ସୁରକ୍ଷା ନାରା ଏଠି କେବଳ ପ୍ରହସନ ପାଲଟିଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

କୋରାପୁଟ ନବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୋଲିସ ତୁରନ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଜିଲ୍ଲା ପ୍ରଶାସନ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଅନ୍ତୁ । ମହିଳା ସୁରକ୍ଷା ଦିଗରେ ଯଦି ମୁଖ୍ୟମନ୍ତ୍ରୀ ଅସମ୍ବେଦନଶୀଳ ରହିବେ ତେବେ ଆଗକୁ ମହିଳା ମୋର୍ଚ୍ଚର୍ା ପକ୍ଷରୁ ତୀବ୍ର ଆନ୍ଦୋଳନ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

Comments are closed.