Odisha Link
Bridging the Missing Links in Odisha

ପିଏମ୍‌ ମୋଦିଙ୍କ ଅଯୋଧ୍ୟା ଗସ୍ତକୁ ଓୱେସୀଙ୍କ ବିରୋଧ, କହିଲେ..

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମିପୂଜନ ସମାରୋହ ଅଗଷ୍ଟ ୫ରେ ଅନୁଷ୍ଠିତ ହେବ। ଏହି ଭବ୍ୟ ସମାରୋହରେ ପିଏମ୍‌ ନରେନ୍ଦ୍ର ମୋଦି ଯୋଗ ଦେଇ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷରେ ମୋଦିଙ୍କ ଅଯୋଦ୍ଧା ଗସ୍ତକୁ ବିରୋଧ କରିଛନ୍ତି ଲୋକସଭା ସାଂସଦ ଅସଉଦ୍ଦୀନ ଓୱେସୀ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସାମ୍ବିଧାନିକ ଶପଥର ଉଲ୍ଲଂଘନ କରିବ। କାରଣ ଧର୍ମ ନିରପେକ୍ଷତା ହେଉଛି ଦେଶର ସମ୍ବିଧାନର ଗୁରୁତ୍ଵପୂର୍ଣ୍ଣ ଅଂଶ।

ଏଆଇଏମଆଇଏମ୍‌ ଅଧ୍ୟକ୍ଷ ଓୱେସୀ ମୋଦିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଭୂମି ପୂଜନରେ ସାମିଲ ହେଲେ ତାଙ୍କ ସାମ୍ବିଧାନିକ ପଦର ଶପଥର ଉଲ୍ଲଂଘନ ହୋଇପାରେ। ଆମେ ଏହା ଭୁଲିପାରିବୁ ନାହିଁ ଯେ ୪୦୦ ବର୍ଷ ଧରି ବାବ୍ରି ମସଜିଦ୍‌ ଅଯୋଧ୍ୟାରେ ଥିଲା। କିନ୍ତୁ ୧୯୯୨ରେ ମସଜିଦକୁ ଏକ ଆପରାଧିକ ଗୋଷ୍ଠୀ ଭାଙ୍ଗି ଦେଇଥିଲେ ବୋଲି ସେ କହିଛନ୍ତି।

ସୂଚନାଥାଉକି, ଶ୍ରୀରାମଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ଥିବା ସମସ୍ତ ଲୋକଙ୍କୁ ଆମନ୍ତ୍ରିତ କରାଯାଇଥିଲା। ହେଲେ କରୋନା କଟକଣାକୁ ନଜରରେ ରଖି ଏହି ସଂଖ୍ୟା ୨୦୦ରେ ସୀମିତ ରଖା ଯାଇଛି।

Comments are closed.