ପାକିସ୍ତାନକୁ ଭାରତର କଡ଼ା ଜବାବ, ୩ ପାକ୍ ସୈନ୍ୟ ନିହତ

ପୁଞ୍ଚ: ଜାମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକ୍ ସେନା ପକ୍ଷରୁ ହେଉଥିବା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଆକ୍ରମଣରେ ପାକ୍ ସେନାର ୩ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ ଅନ୍ୟ ୮ ସୈନ୍ୟ ଆହତ ହୋଇଛନ୍ତି। ସେହିପରି ପାକ୍ ସେନାର କେତେକ ଧ୍ଵଂସ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ପାକିସ୍ତାନୀ ସେନା ଏଲଓସିର ମେଣ୍ଢର ଅନ୍ତର୍ଗତ ମନକୋଟ ସେକ୍ଟରରେ ସୋମବାର ସକାଳେ ଗୁଳି ଓ ମୋର୍ଟାର ମାଡ଼ କରିଥିଲା। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯିବା ପରେ ପାକିସ୍ତାନ ପଟୁ ଗୁଳିମାଡ଼ ବନ୍ଦ ହୋଇଯାଇଥିଲା। କିନ୍ତୁ ପୁଣି ରାତି ୧୦ଟାରେ ପାକ୍ ସେନା ପକ୍ଷରୁ ମେଣ୍ଢର ସେକ୍ଟରରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯିବା ଫଳରେ ପିଓକେର ହାଜିପୀର, ଛମ୍ବ ଏବଂ ରଖଚିକଡୀ ସେକ୍ଟରରେ ଥିବା ପାକିସ୍ତାନ ଶିବିରକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଏହି ଶିବିରଗୁଡ଼ିକରେ ମୁତୟନ ଥିବା ପାକ୍ ସେନାର ୩ ସୈନ୍ୟ ନିହତ ହୋଇଥିବାବେଳେ ୮ ଆହତ ହୋଇଥିବା ଜଣାପଡ଼ିଛି।