Odisha Link
Bridging the Missing Links in Odisha

୧୪ ଜଣ ପୁଲିସ ପାଇବେ ପୁଲିସ ମେଡାଲ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ୧୪ ଜଣ ପୁଲିସ ପାଇବେ ପୁସିଲ ମେଡାଲ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ତଦନୁଯାୟୀ ଓଡ଼ିଶାର ୧୪ ପୁଲିସଙ୍କୁ ରାଷ୍ଟ୍ରପତି ଓ ପୁଲିସ ପଦକ ପ୍ରଦାନ କରାଯିବ। ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ପୁଲିସଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ସେମାନେ ହେଲେ ଭିଜିଲାନ୍ସ ଡିଏସପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଳ ବିରଞ୍ଜି ନାରାୟଣ ସାହୁ।

ଠିକ୍‌ ସେହିପରି ୧୨ ପୁଲିସ କର୍ମଚାରୀଙ୍କୁ ଉକ୍ରୃଷ୍ଟ ସେବା ପଦକ ପ୍ରଦାନ କରାଯିବ। ଭିଜିଲାନ୍ସ ଏଏସପି ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର ଏସିପି ଅନୀଲ ମିଶ୍ର ଓ ଡିଏସପି ଅନୁପମା ମହାପାତ୍ରଙ୍କୁ ଉକ୍ରୃଷ୍ଟ ସେବା ପଦକ ପ୍ରଦାନ କରାଯିବ। ଏଡିଏସପି ରାଜକିଶୋର ପାଇକରାୟ, ଇନସ୍ପେକ୍ଟର ଅଜୟ ଦାସ, ଇନସ୍ପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନସ୍ପେକ୍ଟର ସରୋଜ ପଟେଲ, ଇନସ୍ପେକ୍ଟର ନିର୍ମଳା ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମରଙ୍କୁ ଉକ୍ରୃଷ୍ଟ ସେବା ପଦକ ପ୍ରଦାନ କରାଯିବ ।

Comments are closed.