ପୁଣି ଅମିତ ଶାହ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୁଣି ଥରେ ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହ ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି । ଅମିତ ଶାହଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। ଏପରିକି ମେଡିକାଲରେ ରହି କାମ କରିବେ ଅମିତ ଶାହ ବୋଲି ସୂଚନା ରହିଛି।
ସୂଚନାଥାଉକି, ଗୃହମନ୍ତ୍ରୀ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିଲେ। ଅଗଷ୍ଟ ୧୪ ତାରିଖରେ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁ ଆସିଥିଲେ ଗୃହମନ୍ତ୍ରୀ।