Odisha Link
Bridging the Missing Links in Odisha

ଯୁବକଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା

କନ୍ଧମାଳ: ଟିକାବାଲି ଥାନାର କୋଚିଲାଗଡଠାରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ଏକ ଲୁହା ରଡରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କୋଚିଲାଗଡ ଗ୍ରାମ ପାଖରେ ଅଜିତ ବିଶୋୟୀଙ୍କ ସହ ଚିତ ବିଶୋୟୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଜିତ ଓ ତାର ସହଯୋଗୀ ବାବୁଲା ବିଶୋୟୀ ମିଶି ଏକ ଲୁହା ରଡରେ ମୁଣ୍ଡକୁ ପିଟି ପିଟି ମାରିଦେଇଥିବାର ଜଣାପଡିଛି।

ମୃତ ଅଜିତର ଦାଦା ବସନ୍ତ ବିଶୋୟୀ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଟିକାବାଲି ଥାନା ଅଧିକାରୀ ରେବତୀ ଶବର ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଚିତ ଓ ବାବୁଲା ବିଶୋୟୀକୁ ଗିରଫ କରିଛନ୍ତି ।

Comments are closed.