୨୦ରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବେନଶ୍ବର: ଆସନ୍ତା ୨୦ ରୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାଶ। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଞ୍ଚଳରେ ବର୍ଷା ହେବ। ୧୯ରୁ ନବରଙ୍ଗପୁର, କୋରାପୁଟ, ରାୟଗଡ଼ାରେ ବର୍ଷା ହେବ।
ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଉତ୍ତରପଶ୍ଚିମ ଦିଗକୁ ଗତି କଲେ ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ବର୍ଷା ହେବ। ୨୦, ୨୧, ୨୨ରେ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ଓଡ଼ିଶା ମୌସୁମୀ ଦୁର୍ବଳ ସ୍ଥିତିରେ ରହିଥିବାରୁ ତାପମାତ୍ରା ଅଧିକ ରହୁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି।