Odisha Link
Bridging the Missing Links in Odisha

ୟୁପିଏସସି ପ୍ରିଲିମ୍ ପରୀକ୍ଷା: ସୁପ୍ରିମକୋର୍ଟରେ ଆବେଦନ ଖାରଜ

ନୂଆଦିଲ୍ଲୀ: ୟୁପିଏସସି ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଖଲ ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏହା ପରେ ପରୀକ୍ଷା ଆୟୋଜନ ନେଇ ଯେଉଁ ଅନିଶ୍ଚିତତା ଦେଖାଯାଉଥିଲା ତାହା ଶେଷ ହୋଇଛି। ଏଥିସହିତ କୋର୍ଟ କହିଛନ୍ତି ଯେ, ପରୀକ୍ଷା ଆୟୋଜନ କରିବା ୟୁପିଏସିର ଦାୟିତ୍ୱ।

ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନା ଭାଇରସ ଯୋଗୁଁ ଉପୁଜିଥିବା ସମସ୍ୟା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ, ଏବଂ ସ୍ଥିତି ଅସ୍ୱାଭାବିକ। ଏଣୁ ଏସବୁ ଦୃଷ୍ଟିରୁ ପରୀକ୍ଷା ବାତିଲ କରାଯିବା କଥା। ତେବେ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ୟୁପିଏସି ରାଜ୍ୟମାନଙ୍କୁ ପରିବହନ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁପିଏସି ପକ୍ଷରୁ କୋର୍ଟରେ କୁହାଯାଇଛି ପରୀକ୍ଷା ଆୟୋଜନ କରିବା ନେଇ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯଦି ପରୀକ୍ଷା ଉପରେ ରୋକ୍ ଲଗାଯାଏ ତେବେ କ୍ଷତି ଉଠାଇବାକୁ ପଡ଼ିପାରେ।

କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି, ସେଥିରେ କୌଣସି ପ୍ରକାର ସୁଧାର ଆଣିବାର ଆବଶ୍ୟକତା ଥିଲେ ଏ ନେଇ ଆଲୋଚନା କରାଯାଇପାରେ। କିନ୍ତୁ କୌଣସି ମତେ ପରୀକ୍ଷା ବାତିଲ କରିବା ଉଚିତ୍ ନୁହଁ । ସୂଚନାଯୋଗ୍ୟ ଯେ, ପୂର୍ବରୁ ୩୧ ମେ’ରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା ଯାହାକୁ ୪ ଅକ୍ଟୋବରକୁ ଘୁଞ୍ଚାଯାଇଛି।

Comments are closed.