Odisha Link
Bridging the Missing Links in Odisha

୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

ପୁରୀ : ୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ। ଆଜି ପୁରୀ ଜିଲ୍ଲା ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ସମୟରେ ୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ବାସେଳି ଥାନା ପୁଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏହି ବ୍ରାଉନସୁଗାର ଜବତ କରିଛି।

ବ୍ରାଉନସୁଗାର ସହ ପିସ୍ତଲ, ଜୀବନ୍ତ ଗୁଳି, ବାଇକ ଓ ଭ୍ୟାନ ଜବତ କରାଯାଇଛି। ବ୍ରାଉନସୁଗାର ଜବତ ସହ ଏହି ମାମଲାରେ ୬ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ବ୍ରାଉନସୁଗାର କେଉଁଠୁ କେଉଁଠାକୁ ପଠାଯାଉଥିଲା ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରହିଛି।

Comments are closed.