ରସାୟନ ବିଜ୍ଞାନରେ ୨ ଜଣଙ୍କୁ ନୋବେଲ

ଷ୍ଟକହୋମ: ରସାୟନ ବିଜ୍ଞାନରେ ୨୦୨୦ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜିନୋମ୍ ଏଡିଟିଂ ପାଇଁ ଏକ ପଦ୍ଧତିର ବିକାଶ ଲାଗି ଚଳିତ ଥର ଇମାନୁଏଲ ଚାରପେଣ୍ଟିଅର ଓ ଜେନିଫିର ଏ ଦଉଡନାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯିବ। ଷ୍ଟକହୋମରେ ସ୍ଵିଡିଶ ଏକାଡେମୀ ଅଫ ସାଇସେନ୍ସର କମିଟି ବୁଧବାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ନୋବେଲ ପୁରସ୍କାର ସ୍ଵିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ନାମରେ ଦିଆଯାଏ। ପୁରସ୍କାର ଭାବେ ସ୍ଵର୍ଣ୍ଣ ପଦକ ଏବଂ ଏକ କୋଟି ସ୍ଵିଡିଶ କ୍ରୋନା(ପ୍ରାୟ ୮.୨୦ କୋଟି ଟଙ୍କା) ଦିଆଯାଏ।