ଆଇପିଏଲ-୨୦୨୦: ଆହାତ ଭୁବିଙ୍କ ସ୍ଥାନ ନେଲେ ଏହି ଯୁବ ଖେଳାଳି

ଦୁବାଇ: କରୋନା କାଳରେ ଜମୁଛି ଆଇପିଏଲ-୨୦୨୦। ଅନ୍ୟପଟେ ଆହତ ଯୋଗୁଁ ଚଳିତବର୍ଷ ଆଇପିଏଲରୁ ଆହତ ପାଇଁ ବାଦ ପଡ଼ିଲେଣି ୨ ଖେଳାଳି। ଆଇପିଏଲ୍ର ଅନ୍ୟତମ ଦଳ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ସ୍ଥାନରେ ୨୨ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ପୃଥ୍ବୀ ରାଜ ୟାରାଙ୍କୁ ସାମିଲ କରାଯାଇଛି। ଆଘାତପ୍ରାପ୍ତ ହୋଇ ଭୁବନେଶ୍ବର ଚଳିତ ଆଇପିଏଲ୍ରୁ ବାଦ୍ ପଡ଼ିଥିବାରୁ ତାଙ୍କ ସ୍ଥାନରେ ପୃଥ୍ବୀ ରାଜ୍ଙ୍କୁ ସାମିଲ କରାଯାଇଥିବା ଦଳର ଟ୍ବିଟର୍ ଆକାଉଣ୍ଟରେ ସୂଚନା ଦିଆଯାଇଛି।
ସୂଚନାଥାଉକି ଭୁବନେଶ୍ବର କୁମାର ଚେନ୍ନଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ୧୯ତମ ଓଭର ବୋଲିଂ କରିବାକୁ ଆସି ମାତ୍ର ଗୋଟିଏ ବଲ୍ ପକାଇ ପାରିଥିଲେ। ଜଂଘ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସେ ପଡ଼ିଆ ଛାଡ଼ି ଚାଲି ଯାଇଥିଲେ। ଗତ ରବିବାର ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଭୁବନେଶ୍ବର ଖେଳି ନଥିଲେ। ପରବର୍ତ୍ତୀ ସମୟରେ ସେ ଆଇପିଏଲ୍ରୁ ବାଦ୍ ପଡ଼ିବା ନେଇ ସନ୍ରାଇଜର୍ସ ଦଳ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଥିଲା।
Update 🚨
Bhuvneshwar Kumar is ruled out of #Dream11IPL 2020 due to injury. We wish him a speedy recovery!
Prithvi Raj Yarra will replace Bhuvi for the remainder of the season.#OrangeArmy #KeepRising
— SunRisers Hyderabad (@SunRisers) October 6, 2020
ଆନ୍ଧ୍ରପ୍ରଦେଶର ଯୁବ ଦ୍ରୁତ ବୋଲର ପୃଥ୍ବୀ ରାଜ୍ ବର୍ତ୍ତମାନ ସୁଦ୍ଧା ୧୧ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୩୯ଟି ୱିକେଟ୍ ହାସଲ କରିଛନ୍ତି। ସେ ଖୁବ୍ଶୀଘ୍ର ୟୁଏଇ ଯାଇ ସନ୍ରାଇଜର୍ସ ଦଳ ଯୋଗ ଦେବେ ବୋଲି ଆଶା କରାଯାଉଛି। ଗତବର୍ଷ ପୃଥ୍ବୀ ରାଜ୍ ଆଇପିଏଲ୍ରେ କଲକାତା ନାଇଟ୍ ରାଇଡର୍ସରେ ସାମିଲ ଥିଲେ। ଅନ୍ୟପକ୍ଷରେ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଭୁବନେଶ୍ବର କୁମାରଙ୍କୁ ୬ରୁ ୮ ସପ୍ତାହ ଲାଗିପାରେ ବୋଲି ଆଲୋଚନା ହେଉଛି।
Comments are closed.