କୋଭିଡ଼ ଆଇନ ଉଲ୍ଲଂଘନ ମାମଲା: କ୍ଷମା ମାଗିଲେ ଉମା

ଭୁବନେଶ୍ବର: ବିଧାୟକଙ୍କ ନାଁରେ କୋଭିଡ଼ ଆଇନ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ନୂଆ ମୋଡ଼ ନେଇଛି। ଏନେଇ କ୍ଷମା ମାଗିଲେ ସତ୍ୟବାଦୀ ବିଜେଡି ବିଧାୟକ ଉପାକାନ୍ତ ସାମନ୍ତରାୟ। ଏନେଇ ବିଧାୟକ କହିଛନ୍ତି ଯେ, କରୋନା ସଂକ୍ରମିତ ଥାଇ ସ୍ବର୍ଗଦ୍ବରରେ ପହଞ୍ଚିବା ଭଲୁ ଥିଲା। ମହାରଥୀଙ୍କ ବିୟୋଗରେ ଭାବବିହ୍ବଳ ସ୍ବର୍ଗଦ୍ବାର ଯାଇଥିଲି। ସଂକ୍ରମିତ ଥାଇ ସ୍ବର୍ଗଦ୍ବାର ଯିବା ମୋ ପାଇଁ ସଂପୂର୍ଣ୍ଣ ଭୁଲ ଥିଲା। ସରକାରଙ୍କ ଆଇନ ଉର୍ଦ୍ଧ୍ବରେ କେହି ନୁହଁନ୍ତି। ଆଇନତଃ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ ମୁଁ ମାନିବାକୁ ପ୍ରସ୍ତୁତି। ମୁଁ କରିଥିବା ଭୁଲ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି।
ପ୍ରକାଶ ଯେ, ଦିବଗଂତ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସତ୍ୟବାଦୀ ବିଧାୟକ। ତାଙ୍କର କରୋନା ପଜିଟିଭ୍ ଥିଲା, ନିୟମ ଅନୁସାରେ ସଙ୍ଗରୋଧରେ ରହିବା କଥା, ହେଲେ ଏହାକୁ ଉମା ସାମନ୍ତରାୟ ମାନିନଥିବା ଅଭିଯୋଗ ହୋଇଥିଲା। ଏ ନେଇ ଥାନାରେ ଏତଲା ଦେଇଥିଲେ ବିଜେପି ଯୁବ ମୋର୍ଚ୍ଚା ଓ ଜଗନ୍ନାଥ ସେନା। କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହାମାରୀ ଆଇନ ଅନୁସାରେ ପୁରୀ ସମୁଦ୍ରକୂଳ ଥାନା ଦାୟର କରିଛି ମାମଲା।
Comments are closed.