କବୀର ଭୋଇଙ୍କ ପରିବାରକୁ ୨୦ ଲକ୍ଷ ମିଳୁ: ପ୍ରସାଦ ହରିଚନ୍ଦନ
ଭୁବନେଶ୍ୱର: ପତ୍ନୀଙ୍କୁ ପୁରୀରୁ ଟ୍ରଲିରେ କଟକ ଆଣିବା ଏବଂ ପରେ ମୃତ୍ୟୁ ଘଟଣାରେ କବୀର ଭୋଇଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ। ଏହି ଅବସରରେ ରାଜ୍ୟ ସରକାର କବୀରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟରେ ଭୁୁଶୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ। ଚିକିତ୍ସା ଅବହେଳା କାରଣରୁ କବୀର ଭୋଇଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। ଚିକିତ୍ସା ଅବହେଳା ଘଟଣାର ତଦନ୍ତ ଏସିଏସଙ୍କ ତତ୍ତ୍ୱାବଧାନରେ କରାଯିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।
ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି ଯେ, କବୀରଙ୍କ ପରିବାରକୁ ୨୦ ଲକ୍ଷର ଅନୁକମ୍ପା ରାଶି ପ୍ରଦାନ କରାଯାଉ। ମାନବାଧିକାର କ୍ଷୁର୍ଣ୍ଣ ପାଇଁ ୫୦ ଲକ୍ଷର କ୍ଷତିପୂରଣ ନେଇ ଏଏଚଆରସିଙ୍କୁ କହିବୁ।
Comments are closed.