ବନ୍ଧୁକ ମୁନରେ ୨୦ ଲକ୍ଷ ଲୁଟ୍

ଭୋଗରାଇ: ବନ୍ଧୁକ ମୁନରେ ଲୁଟ୍। ପୁଣି ବ୍ୟାଙ୍କରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨୦ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକିସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଏହି ଲୁଟ ହୋଇଛି।
ସୂଚନା ମୁତାବକ, ୬ ଜଣ ଦୁର୍ବୃତ୍ତ ପ୍ରଥମେ ବନ୍ଧୁକ ଧରି ବ୍ୟାଙ୍କ ଭିତରେ ପଶିଥିଲେ। ପରେ ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଧମକାଇଥିଲେ ଏବଂ ବ୍ୟାଙ୍କ୍ରୁ ୨୦ ଲକ୍ଷ ଟଙ୍କା ନେଇ ଦୁଇଟି ବାଇକରେ ଫେରାର ହୋଇଯାଇଥିଲେ। ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।