ଜନସନ୍ ଏଣ୍ଡ୍ ଜନସନ୍ର କରୋନା ଟୀକା ପରୀକ୍ଷଣ ସ୍ଥଗିତ

ନୂଆଦିଲ୍ଲୀ: ବିଶ୍ଵର ସବୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ କରୋନା ଭାଇରସ୍ ଟୀକା ଉତ୍ପାଦନ ପାଇଁ ପରୀକ୍ଷଣ ଚଳାଇଛନ୍ତି। ଟୀକା ଉପରେ କାର୍ଯ୍ୟ କରୁଥିବା ଆମେରିକାର କମ୍ପାନୀ ଜନସନ ଆଣ୍ଡ ଜନସନର ଟୀକା ଉପରେ ପ୍ରତିବନ୍ଧକ ଲାଗିଛି। ଟୀକା ପରୀକ୍ଷଣ ସମୟରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମର କରୋନା ଜୀବାଣୁ ଟୀକା ପାଇଁ କ୍ଲିନିକାଲ ଟ୍ରାଏଲ ପାଇଁ ସ୍ଵେଚ୍ଛାସେବୀମାନଙ୍କୁ ଦିଆଯାଇଥିବା ଟୀକା ବନ୍ଦ କରିଛୁ। ଏଥିରେ ପର୍ଯ୍ୟାୟ ୩ ପରୀକ୍ଷା ମଧ୍ୟ ଅନ୍ତର୍ଭୁକ୍ତ। ଅନୁସନ୍ଧାନ ସମୟରେ ଜଣେ ଅଂଶଗ୍ରହଣକାରୀ ଅସୁସ୍ଥ ଥିବାରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ସ୍ବେଚ୍ଛାସେବୀଙ୍କ ଗୋପନୀୟତାକୁ ଦର୍ଶାଇ କମ୍ପାନୀ ଏହି ରୋଗ ବିଷୟରେ ଅଧିକ ସୂଚନା ଦେବାକୁ ମନା କରିଦେଇଛି।
ଏହି ମାସ ଆରମ୍ଭରେ, ଜନସନ ଆଣ୍ଡ ଜନସନ ଆମେରିକାରେ ଟିକା ପ୍ରସ୍ତୁତକାରୀଙ୍କ ସଂକ୍ଷିପ୍ତ ତାଲିକାରେ ଯୋଗ ଦେଇଥିଲେ। ଜନସନ୍ ଆଣ୍ଡ୍ ଜନସନଙ୍କ ଟିକା ହେଉଛି ଆମେରିକାର ଚତୁର୍ଥ ଟିକା, ଯାହା କ୍ଲିନିକାଲ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛି। ପରୀକ୍ଷଣରେ ଅଂଶଗ୍ରହଣ କରୁଥିବା କୌଣସି ସ୍ବେଚ୍ଛାସେବୀ ଅସୁସ୍ଥ ହେଲେ ସ୍ବାଧୀନ ଏଜେନ୍ସି ଦ୍ବାରା କୌଣସି କାରଣରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ଯାଞ୍ଚ ନହେବା ପର୍ଯ୍ୟନ୍ତ ଏହି ପରୀକ୍ଷା ବନ୍ଦ ରଖାଯାଏ। ସମ୍ପ୍ରତି ବିଦେଶର ବିଭିନ୍ନ ଦେଶ ଟୀକା ପରୀକ୍ଷାରେ ଲାଗିଛନ୍ତି ଓ ଏଥିରେ ୩୦ ହଜାରରୁ ଅଧିକ ସ୍ଵେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରାଯାଉଛି।