Odisha Link
Bridging the Missing Links in Odisha

ଆସନ୍ତା ବର୍ଷ ଆରମ୍ଭରେ ଭାରତରେ ଅନେକ ଟିକା ଉପଲବ୍ଧ ହେବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଟୀକା ପରୀକ୍ଷଣ ଚାଲିଛି। ବିଶ୍ୱବ୍ୟାପୀ ଟିକା ପରୀକ୍ଷଣ କରିବାରେ ବିଶିଷ୍ଟ ବୈଜ୍ଞାନିକ ତଥା ଗବେଷକ ନାନା ପ୍ରଚେଷ୍ଟା ଚଳାଇଛନ୍ତି। ଭାରତରେ କିଛି ଟିକା ଖୁବଶୀଘ୍ର ବଜାରରେ ପ୍ରବେଶ କରିବା ନେଇ ଆଶା କରାଯାଉଛି। ଏନେଇ ମଙ୍ଗଳବାର କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ୨୦୨୧ ଆରମ୍ଭରୁ ହୁଏତ ଭାରତରେ ଗୋଟିଏ ନୁହେଁ ଏକରୁ ଅଧିକ ଟିକା ପରୀକ୍ଷଣର ସଫଳତା ସହିତ ବଜାର ପ୍ରବେଶ କରିପାରିବ।

କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ, କରୋନା ଟିକାକୁ କିପରି ଭାବେ ଦେଶରେ ରୋଗୀଙ୍କ ପାଇଁ ବଣ୍ଟନ କରାଯିବ ସେ ନେଇ ଉଚ୍ଚତମ ବୈଠକ କରାଯିବା ଆବଶ୍ୟକ । ସେହିପରି ଦେଶରେ ସେପ୍ଟେମ୍ବର ଆରମ୍ଭରୁ ଯେଉଁ ପରିମାଣର ୮୦-୯୦ହଜାର ନୂତନ ମାମଲା ନଜର ଆସୁଥିଲା ବର୍ତ୍ତମାନ ତାହା କମିଥିବା କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.