Odisha Link
Bridging the Missing Links in Odisha

ପ୍ରବଳ ବର୍ଷା ଆଶଙ୍କା: ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ଉପକୂଳ କାକିନାଡ଼ା ଠାରେ ଅବପାତ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଆଶଙ୍କା କରି ନେଇ ଆସନ୍ତାକାଲି ପର୍ଯ୍ୟନ୍ତ ୧୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼, ଖୋର୍ଦ୍ଧା, ପୁରୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଲଗାଣ ବର୍ଷା କାରଣରୁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ ଅନ୍ତର୍ଗତ ୫ଟି ଗାଁ ଜଳ ମଗ୍ନ ହୋଇପଡ଼ିଛି। ଆଙ୍ଗୁଲି ଓ ବୁରାତାଲ ପଞ୍ଚାୟତର ୫ଟି ଗାଁ ଜଳମଗ୍ନ ହୋଇଛି। ଅବପାତଜନିତ ବର୍ଷା, ଝରଣା ପାଣି ଓ ବାଘଲଟି ଜଳ ପ୍ରକଳ୍ପ ପାଣିରେ ସମ୍ପୃକ୍ତ ଗାଁଗୁଡ଼ିକ ବୁଡ଼ି ଯାଇଛି।

Comments are closed.