Odisha Link
Bridging the Missing Links in Odisha

ସୁନାମୀ ମୁକାବିଲା ପାଇଁ ମକଡ୍ରିଲ୍

ଭୁବନେଶ୍ୱର: ସୁନାମୀ ମୁକାବିଲା ପାଇଁ ମକଡ୍ରିଲ୍। ରାଜ୍ୟର ୬ ଜିଲ୍ଲାରେ ସୁନାମୀର ମୁକାବିଲା କରିବା ପାଇଁ ମକଡ୍ରିଲ ହୋଇଛି। ସେହି ୬ଟି ଜିଲ୍ଲା ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ। କରୋନା ଯୋଗୁଁ ଭର୍ଚୁଆଲ ମକଡ୍ରିଲ ହୋଇଛି। ସୁନାମୀ ସୂଚନା କିପରି ଗାଁରେ ପହଞ୍ଚାଯିବ, ସେନେଇ ହୋଇଛି ମକଡ୍ରିଲ। ଏହି ମକଡ୍ରିଲ୍ କାର୍ଯ୍ୟକ୍ରମରେ ୬ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ, ବିଡିଓ ଓ ତହସିଲଦାର ଉପସ୍ଥିତ ଥିଲେ।

୧୨୨ଟି ବାତ୍ୟା ଆଲର୍ଟ ସେଣ୍ଟରରେ ମକଡ୍ରିଲ ହୋଇଛି। ୩ ଥର ସାଇରନ୍ ଓ ଭଏସ ବାର୍ତ୍ତାରେ ଦିଆଯାଇଛି ସୁନାମୀ ସୂଚନା। କିଭଳି ଲୋକମାନେ ଶୀଘ୍ର ସୂଚନା ପାଇପାରୁଛନ୍ତି ସେନେଇ ଗୁରୁତ୍ୱ ଦିଆଯାଇଛି। ଓଡିଶାର ୨ଟି ଗାଁକୁ ୟୁଏନଇଏସସିଓ ଦେଇଛି ସୁନାମୀ ପ୍ରସ୍ତୁତ ଗାଁ। ଗଞ୍ଜାମର ଭେଙ୍କଟରାୟପୁର ଓ ଜଗତସିଂହପୁରର ନୋଳିଆ ସାହିଁ ଏଥିରେ ସାମିଲ ରହିଛି। ଭାରତ ମହାସାଗରୀୟ ଦେଶରେ ଏହି ୨ଟି ଗାଁକୁ ହିଁ ମାନ୍ୟତା ମିଳିଛି।

Comments are closed.