Odisha Link
Bridging the Missing Links in Odisha

ବାହା ହେବେ ଆଦିତ୍ୟ

ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଖୁବ ଶୀଘ୍ର ବାହା ହେବାକୁ ଯାଉଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ଆଦିତ୍ୟ। ବାହା ହେବା ନେଇ ଆଦିତ୍ୟ ନିଜେ ହିଁ ଖୁଲାସା କରିଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରଓ୍ବାଲଙ୍କୁ ବାହା ହେବେ। ଆଦିତ୍ୟ କହିଛନ୍ତି ନଭେମ୍ବର ନଚେତ୍ ଡିସେମ୍ବରରେ ସେ ଶ୍ବେତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ପୂର୍ବରୁ ଆଦିତ୍ୟ ଓ ନେହା କକ୍କରଙ୍କ ବାହାଘର ହେବ ବୋଲି ଚର୍ଚ୍ଚା ହେଉଥିଲା।

ଆଦିତ୍ୟ ଆହୁରି କହିଛନ୍ତି ତାଙ୍କ ବାପା ମାଆ ଶ୍ବେତାଙ୍କୁ ଭଲ ଭାବେ ଜାଣନ୍ତି ଓ ଖୁବ ପସନ୍ଦ ମଧ୍ୟ କରନ୍ତି। କିଛି ବର୍ଷ ତଳେ ସେମାନଙ୍କ ଭିତ​‌ରେ ଝଗଡ଼ା ହୋଇ ଥିଲା। ଏ ପାଇଁ ଦୁହିଁଙ୍କର ବ୍ରେକ୍ଅପ ହୋଇଥିଲା। ମାତ୍ର ପରେ ସବୁ ଠିକ ହୋଇଯାଇଥିବା ସେ କହିଥିଲେ। ଏବେ ଦୁହେଁ ଦୁହିଁଙ୍କ ସହ ବେଶ୍ ଖୁସି ଥିବା ଆଦିତ୍ୟ ସ୍ବୀକାର କରିଛନ୍ତି।

ଶ୍ବେତା ଅଗ୍ରଓ୍ବାଲ ମଧ୍ୟ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଫିଲ୍ମ ବ୍ୟତୀତ ଟିଭି ଶୋ’ରେ ବି ଶ୍ବେତା ନଜର ଆସିଛନ୍ତି। ୨୦୦୩ରେ ସେ ଫିଲ୍କ ‘ରାଘବେନ୍ଦ୍ର’ରେ ବଲିଉଡରେ ପାଦ ଥାପିଥିଲେ। ୨୦୧୦ରେ ଶ୍ବେତା ବିକ୍ରମ ଭଟ୍ଟଙ୍କ ଫିଲ୍କ ଶାପିତରେ କାମ କରିଥିଲେ। ଶାପିତରେ ହିଁ ତାଙ୍କର ଆଦିତ୍ୟଙ୍କ ସହ ଭେଟ ହୋଇଥିଲା।

Comments are closed.