Odisha Link
Bridging the Missing Links in Odisha

ଏସ୍‌ବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ଟେକନିକାଲ ସମସ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଏସ୍‌ବିଆଇ ତରଫରୁ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି। କିନ୍ତୁ ଏଟିଏମ ଓ ପିଓଏସ ମେସିନ୍ ଏଥିରେ ପ୍ରଭାବିତ ହୋଇନାହିଁ।

ଏସ୍‌ବିଆଇ ଟ୍ୱିଟ୍‌ କରି ଲେଖିଛି ଯେ, ‘ଆମେ ଆମର ଗ୍ରାହକମାନଙ୍କୁ ଅନୁରୋଧ କରୁଛି ଯେ ଆମ ସହ ରୁହନ୍ତୁ। ଖୁବଶୀଘ୍ର ସାଧାରଣ ସେବାଗୁଡିକ ଆରମ୍ଭ ହେବ।’ ଏସବିଆଇର ପ୍ରାୟ ୪୪ କୋଟି ଗ୍ରାହକ ଅଛନ୍ତି। ଏସବିଆଇ ହେଉଛି ଦେଶର ସର୍ବବୃହତ ବ୍ୟାଙ୍କ।

Comments are closed.