Odisha Link
Bridging the Missing Links in Odisha

ସାରୁଅ ଜମି କେଳେଙ୍କାରୀ ମାମଲା, ପ୍ରଶାସନ ପକ୍ଷରୁ ଉଚ୍ଛେଦ ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ ଓଟିଭି କର୍ତ୍ତୃପକ୍ଷଙ୍କ ଜବରଦଖଲ ଜମିରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସାରୁଅରେ ପାଚେରୀ ଭଙ୍ଗା ଆରମ୍ଭ ହୋଇଛି। ଜେସିବି ମାଧ୍ୟମରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ଘଟଣାସ୍ଥଳରେ ତହସିଲଦାର ଓ ପୋଲିସ ଉପସ୍ଥିତ ଅଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସାରୁଅରେ ଓଟିଭି ଜମି ଜବରଦଖଲ ମାମଲାର ତଦନ୍ତ କରୁଛି କ୍ରାଇମ୍ ବ୍ରାଞ୍ଚ୍। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ଜମି କିଣା ବିକାରେ ଅନିୟମିତତା ଅଭିଯୋଗ ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି। ଦଳିତ ଚାଷୀଙ୍କଠାରୁ ଚଞ୍ଚକତା କରି ଜମି କିଣିଛି ଓଟିଭି ସହ ସମ୍ପୃକ୍ତ ଓଡ଼ିଶା ଇନଫ୍ରାଟେକ୍‌। ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଓଡ଼ିଶା ଭୂସତ୍ବ ଅଧିକାର ଆଇନର ଖୋଲା ଉଲଂଘନ କରାଯାଇଥିବା ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଛି ରାଜସ୍ବ ବିଭାଗ।

ଏଥିପାଇଁ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରାଯାଇଥିବା କୁହାଯାଇଛି। ଜମି ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କର ହୋଇଥିବା ବେଳେ ବେନାମୀ ଦେଣନେଣ ଜରିଆରେ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ନାଁରେ ଜମି କିଣାଯାଇଥିଲା। ଅରଟେଲର ଜଣେ ପୂର୍ବତନ ଡ୍ରାଇଭର୍ ରବୀନ୍ଦ୍ର କୁମାର ସେଠୀଙ୍କ ମାଧ୍ୟମରେ ଏହି ଟଙ୍କା କାରବାର ହୋଇଥିଲା।

 

Comments are closed.