Odisha Link
Bridging the Missing Links in Odisha

ରାଜଧାନୀରେ କଟୁରି ଧରି ଯୁବକଙ୍କ ଆତଙ୍କ ରାଜ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁଦିନ ଆତଙ୍କ ବଢି ବଢି ଚାଲିଛି। ଆଜି ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଯୁବକଙ୍କ ଆତଙ୍କ ରାଜ ଦେଖିବାକୁ ମିଳିଥିଲା। ଟେନିସ ବ୍ୟାଗରେ କଟୁରୀ ଧରି ଲୋକଙ୍କୁ ଧମକ ଦେଉଥିଲେ ଜଣେ ଯୁବକ। ସକାଳୁ ସକାଳୁ କଟୁରି ଧରି ଜଣେ ଯୁବକ ସ୍ଥାନୀୟ ଲୋକଙ୍କୁ ଗାଲି ଗୁଳଜ କରିବା ସହ ଧମକ ବି ଦେଉଥିବା ଅଭିଯୋଗ ହୋଇଛି। ଧମକ ଦେଉଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସିସିଟିଭି ଫୁଟେଜରେ ଥିବା ଦୃଶ୍ୟରେ, ଯୁବକ ଜଣଙ୍କ ହାତରେ ଧାରୁଆ କଟୁରି ଧରି ଜଣଙ୍କୁ ଗାଳି ଗୁଲଜ କରୁଛି। ପରେ ବାଇକ ଧରି ଚାଲି ଯାଉଛି। ଯୁବକଙ୍କ ଏଭଳି ଆଚରଣ ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି। ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଜବତ କରି ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ। ତେବେ ଯୁବକ ଜଣଙ୍କ କେଉଁ କାରଣରୁ କଟୁରୀ ଧରି ଲୋକଙ୍କୁ ଡରାଉଥିଲେ ତାହା ଜଣାପଡ଼ିନାହିଁ।

Comments are closed.