Odisha Link
Bridging the Missing Links in Odisha

ନିର୍ବାଚନ ପ୍ରଚାର ପୂର୍ବରୁ ଜଗନ୍ନାଥଦର୍ଶନ ଆଳ: ସୁର

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ ପ୍ରସଙ୍ଗରେ ଆଜି ବିରୋଧୀ ମତ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ତେଜୁଛି ରାଜନୀତି। ଏନେଇ ମୁହଁ ଖୋଲିଲେ ବିଧାୟକ ସୁର ରାଉତରାୟ। ସୁର କହିଛନ୍ତି ଯେ, ଆଗକୁ ଉପନିର୍ବାଚନ ପ୍ରଚାର ଥିବାରୁ ଜଗନ୍ନାଥଦର୍ଶନ ଆଳରେ ଘରୁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ୬/ ୭ ମାସ ଘରେ ଥିଲେ। ଉନ୍ନତିମୂଳକ କାମ ବନ୍ଦ ଥିଲା। ପୁରୀ ଗସ୍ତ ପ୍ରଚାର ପୂର୍ବରୁ ପଲିଟିକାଲ ମାଇଲେଜ୍‌ ପାଇଁ ଉଦ୍ଦିଷ୍ଟ ବୋଲି ସୁର ରାଉତରାୟ କହିଛନ୍ତି।

ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୁରୀ ଗସ୍ତରେ ଯାଇଥିଲେ। ପୁରୀର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବି କରିଥିଲେ ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ହେରିଟେଜ୍‌ କରିଡର କାର୍ଯ୍ୟର ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ୫-ଟି ସଚିବ ଭି.କେ ପାଣ୍ଡିୟ୍ୟାନ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଗସ୍ତ କରିଛନ୍ତି। ତେବେ ଅଠରନଳା, ବଗଲା ଧର୍ମଶାଳା ଓ ମାଉସୀ ମା’ ମନ୍ଦିର ନିକଟରେ କିଛି ଯୁବକ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଛନ୍ତି। ସେମାନେ ଯୁବ କଂଗ୍ରେସ କର୍ମୀ ବୋଲି ଜଣା ପଡିଛି। ପୁଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡିଛି।

Comments are closed.