ଚନ୍ଦ୍ରାଣୀ ମୁର୍ମୁଙ୍କୁ ବ୍ୟବହାର କରାଯାଉଛି: ପ୍ରଦୀପ

ଭୁବନେଶ୍ୱର: ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓକୁ ନେଇ ପୁଲିସର ତପ୍ତରତା ପ୍ରସଙ୍ଗରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମନ୍ତବ୍ୟ ଦେଇଛନ୍ତି। ପ୍ରଦୀପ କହିଛନ୍ତି, ବିଭିନ୍ନ ସମୟରେ ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି। ଏହା ଉପରେ ଆଦିବାସୀ ସମାଜ କଠୋର ଅଭିମୁଖ୍ୟ ନେବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ନବୀନ ନିବାସ ଘେରାଉ ପାଇଁ ଆଦିବାସୀ ସମାଜ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚନ୍ଦ୍ରମା ଭୂମିଆ ଓ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବାକୁ ନବୀନ ନିବାସ ଘେରାଉ ନିଷ୍ପତ୍ତି ନିଆଯାଇଥିବା କଥା ଶ୍ରୀ ମାଝୀ କହିଛନ୍ତି।
ଏଥସହ ଗଣମାଧ୍ୟମ ପ୍ରତି ଆକ୍ରୋଶମୂଳକ ପଦକ୍ଷେପକୁ ପ୍ରଦୀପ ମାଝୀ ନାପସନ୍ଦ କରି କହିଛନ୍ତି ଯେ, ଆଇନ ପରିସରରେ ରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଫେକ୍ ଭିଡିଓ କିଏ କରିଥିଲା ତାକୁ ଧରାଯିବା ଉଚିତ। ଫେକ୍ ଭିଡିଓ ମୂଳ ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ଏଯାଏଁ ପହଞ୍ଚି ପାରିନି ବୋଲି ପ୍ରଦୀପ ମାଝୀ କହିଛନ୍ତି।