Odisha Link
Bridging the Missing Links in Odisha

NIA ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ: ପୋଲିସ କମିଶନର

ଭୁବନେଶ୍ୱର: ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କମିଶନର କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି। ଆମେ ପାଇଥିବା ସୂଚନା ଅନୁସାରେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ। ଛାତ୍ର ଜଣକୁ ଅଜ୍ଞାତରେ ନୁହେଁ ଖଣ୍ଡଗିରି ଥାନାରେ ଜେରା କରାଯାଉଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ତେବେ ଅନାବଶ୍ୟକଭାବେ ଅଯଥା କଳ୍ପନାଜଳ୍ପନା ନକରିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ନେସନାଲ ଇନଭେଷ୍ଟିଗେସନ ଅଜେନ୍ସି ଟିମ୍। କୌଣସି ଏକ ଲିଙ୍କ୍‌ରେ ଜଣଙ୍କୁ ଉଠାଇ ନେଲା ଏନଆଇଏ। ଜଣକୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରା ଉଚରା ଜରି ରଖିଛି।କେଉଁ ଲିଙ୍କ୍‌ ରେ ଉଠାଇ ନେଇଛି ଏଯାଏ ସ୍ପଷ୍ଟ ଜଣାପଡ଼ି ନାହିଁ।

Comments are closed.