ଦିଲ୍ଲୀ ବିଶ୍ବବିଦ୍ୟାଳୟ କୁଳପତି ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିଳମ୍ବିତ କରାଯାଇଛି।କର୍ମଚାରୀ ନିଯୁକ୍ତିରେ ହେରଫେର୍ ଅଭିଯୋଗରେ ଦିଲ୍ଳୀ ବିଶ୍ବବିଦ୍ୟାଳୟ କୁଳପତି ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବିତ ଜଣାଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। କୁଳପତି ଯୋଗେଶ ତ୍ୟାଗିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହେବାକୁ ଥିବା ବେଳେ ସେ ପଦବୀରେ ରହିଲେ ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି ବୋଲି ଚିଠିରେ ଦର୍ଶାଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ପରବର୍ତ୍ତୀ ନିର୍ଦେଶ ମିଳିବା ପର୍ଯ୍ୟନ୍ତ ଯୋଗେଶ ତ୍ୟାଗୀ ନିଲମ୍ବିତ ରହିବେ। ଏବେ ପିସି ଯୋଶୀ କୁଳପତି ଦାୟିତ୍ବ ନିଭାଇବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଶ୍ବବିଦ୍ୟାଳୟରେ ଦୁଇଟି ନିଯୁକ୍ତିକୁ ନେଇ ବିବାଦ ଉପୁଜିଥିଲା। କୁଳପତିଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁମତି ମାଗିଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ତେବେ ରାଷ୍ଟ୍ରପତି ଜତକାଲି ଯାଞ୍ଚ ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି।
ବିଶ୍ୱବିଦ୍ୟାଳୟର ପରିଦର୍ଶକ ଭାବରେ ଭାରତର ରାଷ୍ଟ୍ରପତି ରେକର୍ଡରେ ଉପଲବ୍ଧ ତଥ୍ୟ ଏବଂ ସାମଗ୍ରୀକୁ ବିଚାରକୁ ନେଇ କର୍ତ୍ତବ୍ୟର ଅବହେଳା ଏବଂ ତାଙ୍କ ବିରୁଦ୍ଧରେ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ଅଭାବର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।