Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୨୦୧୫ ଆକ୍ରାନ୍ତ

ଭୁବନେଶ୍ଵର: ରାଜ୍ୟରେ ଅକ୍ଟୋବର ପହିଲାରୁ କରୋନା ସଂକ୍ରମଣ କମିବାରେ ଲାଗିଛି।ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୪୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨, ୭୦, ୧୩୦କୁ ବୃଦ୍ଧି ଘଟିଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ବୁଧବାର ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନୁଗୁଳ ଜିଲ୍ଲାରୁ ୨୧୮, କଟକରୁ ୧୩୫, ବାଲେଶ୍ଵରରୁ ୮୮, ଜଗତସିଂହପୁରରୁ ୮୫, ମୟୂରଭଞ୍ଜରୁ ୮୩, ଯାଜପୁରରୁ ୮୧, କେନ୍ଦୁଝରରୁ ୭୫, ପୁରୀରୁ ୬୯, କେନ୍ଦ୍ରାପଡାରୁ ୬୫, ବଲାଙ୍ଗୀରରୁ ୬୪, ଭଦ୍ରକରୁ ୬୩, ନୂଆପଡାରୁ ୬୨, ନବରଙ୍ଗପୁରରୁ ୬୦, ଢେଙ୍କାନାଳରୁ ୫୬, ସୋନପୁରରୁ ୪୭, ବରଗଡରୁ ୪୬, କଳାହାଣ୍ଡିରୁ ୪୪, ଝାରସୁଗୁଡାରୁ ୪୨, ନୟାଗଡରୁ ୩୭, ସମ୍ଵଲପୁରରୁ ୩୬, କନ୍ଧମାଳରୁ ୩୪, ସୁନ୍ଦରଗରଡୁ ୨୬, କୋରାପୁଟରୁ ୨୫, ଗଞ୍ଜାମରୁ ୨୪, ମାଲକାନଗିରିରୁ ୨୩, ବୌଦ୍ଧରୁ ୨୧, ଦେବଗଡରୁ ୯, ଗଜପତିରୁ ୯ ଓ ରାୟଗଡା ଜିଲ୍ଲାରୁ ୬ ଜଣ କରୋନା ରୋଗରୁ ସୁସ୍ଥ ହୋଇଛନ୍ତିକୋଭିଡ୍-୧୯ ପଜିଟିଭ୍ କରୋନା ମୁକ୍ତ ହୋଇଛନ୍ତି।

Comments are closed.