Odisha Link
Bridging the Missing Links in Odisha

କେବେ ସ୍କୁଲ ଖୋଲିବୁ ନିଷ୍ପତ୍ତି ନେବୁ: ମନ୍ତ୍ରୀ

ଭୁବନେଶ୍ବର: ନଭେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ୍ । ଆସନ୍ତା ୧୬ ତାରିଖରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ।

ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମୀର ଦାଶ କହିଛନ୍ତି କେମିତି ପ୍ରସ୍ତୁତ ହେବ ଗାଇଡଲାଇନ୍‌ ସେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବାକୁ ସଚିବଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସ୍କୁଲ ଖୋଲିବା ପାଇଁ ବିଭାଗ ପ୍ରସ୍ତୁତ ହେଉଛି। ଏସଓପି ପ୍ରସ୍ତୁତ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ତାରିଖରୁ ସ୍କୁଲ ଖୋଲିବ ଖୁବଶୀଘ୍ର ଘୋଷଣା ହେବ।

Comments are closed.