ଓଟିଭି ଷ୍ଟୁଡିଓ ବାହାରେ ଠିକା କର୍ମଚାରୀଙ୍କ ଧାରଣା

ଭୁବନେଶ୍ବର: ଆଜି ଖୋର୍ଦ୍ଧା ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା ଦେଇଛନ୍ତି। ସକାଳେ ସେମାନେ କାମ ପାଇଁ ଭିତରକୁ ଯିବା ସମୟରେ ବାରଣ କରାଯାଇଥିଲା। କର୍ମଚାରୀ ଅଭିଯୋଗ କରିଛନ୍ତି ଯେ, ଓଟିଭି ଏମଡି ଜାଗି ପଣ୍ଡାଙ୍କ ବାପା ଓ ଭାଇ ସେମାନଙ୍କୁ ଗାଳି ଦେଇ ବାହାରିଯିବାକୁ ଧମକ ଦେଇଥିଲେ। ଖରା ସତ୍ତ୍ୱେ ସାରୁଅ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଧାରଣା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ଓଟିଭିର ଦୁଇଜଣ କର୍ମଚାରୀ ଏହି ଠିକା କର୍ମଚାରୀଙ୍କୁ ଗାଳିଗୁଳକ କରି ଧମକ ଚମକ ଦେବା ଅଭିଯୋଗ ହୋଇଥିଲା। ଏନେଇ ବାଘମାରି ଥାନାରେ ଏତଲା ବି ଦିଆଯାଇଥିଲା। ଘଟଣାରେ ଦୁଇଜଣ କର୍ମଚାରୀ ଗିରଫ ହୋଇଛନ୍ତି।