Odisha Link
Bridging the Missing Links in Odisha

ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତିର ନୂଆ ମୋଡ଼ ନେଇଛି। ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ୍‌ ଲିମିଟେଡ ଜମି ହଡ଼ପ କରିଛି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ସାମ୍ବାଦିକ ସମ୍ମଳନୀରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି। ଚଞ୍ଚକତା କରି ଲୋକଙ୍କ ଜମି ହଡପ କରାଯାଇଛି ବୋଲି ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି।

ଜଣେ ବ୍ୟକ୍ତିଙ୍କଠାରୁ ୭.୨୯ ଏକର ଜମି ନିଆଯାଇଛି। ହେଲେ ଜମି ମାଲିକଙ୍କୁ କୌଣସି ଅର୍ଥ ଦିଆଯାଇନାହିଁ। ଏହାସହ ଜମି ନାଁରେ ବେନାମୀ ଟ୍ରାଞ୍ଜାକ୍ସନ ମଧ୍ୟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ସେପଟେ ସାରୁଅ ଜମି ଦୁର୍ନୀତି ଘଟଣାରେ ଓଡିଶା ଇନଫ୍ରାଟେକ୍‌ ନିର୍ଦେଶକ ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଘୁଞ୍ଚିଛି। ଆସନ୍ତା ୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ। ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ସେସନ ଜଜଙ୍କ କୋର୍ଟରେ ହେବାର ଥିଲା।

Comments are closed.