ଯେତିକିରେ ହାରିଥିଲୁ ସେତିକିରେ ଜିତିଲୁ: ପ୍ରତାପ

ଭୁବନେଶ୍ବର: ତିର୍ତ୍ତୋଲ ଓ ବାଲେଶ୍ବରରେ ବିଜୟ ନେଇ ମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପନିର୍ବାଚନ ଆମ ପାଇଁ ବଡ଼ ଚାଲେଞ୍ଜ ଥିଲା। ସେଥିପାଇଁ ଆମେ ସନ୍ତୁଷ୍ଟ ଅଛୁ। ବାଲେଶ୍ବରରେ ବିଜେପି ଯେତିକିର ଜିତିଥିଲା ଆମେ ସେତିକିରେ ଜିତିଲୁ। ବିଜେଡ଼ି ଦେଇଥିବା ବାଲେଶ୍ବର ପ୍ରାର୍ଥୀ ବିଧାୟକ ବା ପ୍ରତିଷ୍ଠିତ ନେତା ନଥିଲେ। ଜଣେ ସାଧାରଣ କର୍ମୀଙ୍କୁ ପ୍ରାର୍ଥୀ କରାଗଲା ଏବଂ ତାଙ୍କୁ ଜିତାଇଲୁ।
ଅନ୍ୟପଟେ କଂଗ୍ରେସର ପରାଜୟ ନେଇ ବିରଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ଉଭୟ ସିଟ୍ରେ ହାରିଲା। ବାଲେଶ୍ବରରେ ଠକ୍ ଭାବେ ପ୍ରଚାର ନକରି ହୋଟେଲରେ ଶୋଇଲେ।
ଏହା ସହିତ ତିର୍ତ୍ତୋଲରେ ବି ଅଧିକ ଭଲ ହୋଇଥାନ୍ତା। କିଛି କର୍ମୀ କାମ ଠିକ୍ରେ କଲେନି। ନିରଞ୍ଜନଙ୍କ ସଭାପତି ପଦରୁ ହଟାଇବାକୁ ଚାହୁଁଥିବାରୁ କାମ ଠିକ୍ କଲେ ନାହିଁ। ଅର୍ଥ ମୁଖ୍ୟ ଫ୍ୟାକ୍ଟର ହେଲା। ବିଜେଡି ଓ ବିଜେପି ପ୍ରବଳ ଖର୍ଚ୍ଚ କଲେ। ବିଜେଡି ଭଲ ନିର୍ବାଚନ ପରିଚାଳନା କରୁଛି। ସେଥିପାଇଁ ଜିତୁଛି। ହରିବାର ସମୀକ୍ଷା ହେବ। କିନ୍ତୁ ଆକ୍ସନ ହେବ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ।
Comments are closed.