୧୮ ଗ୍ରାମ୍ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ପୁରୀ: ପୁରୀ କୋଣାର୍କ ଥାନା ପୋଲିସ ବ୍ରାଉନ ସୁଗାର ବେପାର କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୮ ଗ୍ରାମ୍ ବ୍ରାଉନସୁଗାର ସହ ୫୦ ହଜାର ଟଙ୍କା ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ କୋଣାର୍କ ଅଣସରା ଅଞ୍ଚଳର ପ୍ରଭାତ ସେଠୀ ଓ ଜୁଣେଇର ଦିଲ୍ଲୀପ କାଣ୍ଡି।
ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ବେଳା ପୋଲିସ ପାଟ୍ରୋଲିଂ କଲା ବେଳେ ଏହି ଦୁଇ ଅଭିଯୁକ୍ତଙ୍କୁ ସନ୍ଦେହ କରି ପଚରାଉଚରା କରିବା ସହ ବ୍ରାଉନସୁଗାର ସମେତ ଏକ ବାଇକ୍ ଜବତ କରିଛି। ଏହି ଦୁଇ ଅଭିଯୁକ୍ତ ଜଳେଶ୍ବରରୁ ବ୍ରାଉନସୁଗାର ଆଣି କୋଣାର୍କରେ ବିକ୍ରି କାରବାର ପାଇଁ ଯୋଜନା ରଖିଥିଲେ।