ଭିଜିଲାନ୍ସ ଜାଲରେ କିରାଣୀ

ଧର୍ମଶାଳା: ଭିଜିଲାନ୍ସ ଜାଲରେ କିରାଣୀ। ଯାଜପୁର ଜିଲ୍ଲାର ଧର୍ମଶାଳା ସବରେଜିଷ୍ଟାର ଅଫିସର କିରାଣୀଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ କରିଛି। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ କରିଛି। କିରାଣୀ ରତ୍ନାକର ମହାନ୍ତିଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନସ ଚଢଉ ଜାରି ରହିଛି।
ସୂଚନା ମୁତାବକ, ଆଜି ସକାଳେ ଯାଜପୁର ଭିଜିଲାନସ ପକ୍ଷରୁ ରତ୍ନାକର ମହାନ୍ତିଙ୍କ ଚହଟାରେ ଥିବା ପୈତୃକ ଘର, ଜାରକାରେ ଥିବା ଭଡ଼ା ଘର, ଚାନ୍ଦପୁରରେ ଶଶୁର ଘର, ଜାତୀୟ ରାଜପଥରେ ଥିବା ହୋଟେଲ୍ ଆକାଶ ଓ ଅନ୍ୟ କେତେକ ସଂପର୍କୀୟଙ୍କ ଘରେ ଚଢଉ ଜାରି ରହିଛି।