Odisha Link
Bridging the Missing Links in Odisha

ଗିରଫ ହେଲେ ଗଣିତ ଅଧ୍ୟାପକ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭଯୋଗରେ ବନ୍ଧାହେଲେ ଗଣିତ ଅଧ୍ୟାପକ। ସିଇଟି କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡ. ପ୍ରସନ୍ନ କୁମାର ମିଶ୍ରଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ କୁମାରଙ୍କ ଖଣ୍ଡଗିରି ବାସ ଭବନ ସମେତ ୪ ଟି ସ୍ଥାନରେ କାଲି ଚଢ଼ଉ କରିଥିଲା ଭିଜିଲାନ୍ସ ।

୧କୋଟି ୮୮ଲକ୍ଷ ରୁ ଊର୍ଦ୍ଧ୍ୱ ଟଙ୍କା ଆୟବହିର୍ଭୁତ ସମ୍ପତି ରଖିଥିବା ପ୍ରମାଣ ପାଇ ଭିଜିଲାନ୍ସ ରେଡ୍ କରିଥିଲା। ଯାହା ତାଙ୍କ ଆୟର ୨୫୪ ପ୍ରତିଶତ ଅଧିକ। ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କଠାରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସମ୍ପତି ମିଳିଥିଲା। ପ୍ରସନ୍ନ କୁମାରଙ୍କ ପତ୍ନୀ ମଧ୍ୟ ଜଣେ ଚୁକ୍ତିଭିତିକ ଅଧ୍ୟାପିକା। ଉଭୟେ ସିଇଟି କଲେଜରେ ଅଧ୍ୟାପିକା ଓ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ।

Comments are closed.