ବନ୍ଧୁକ ଦେଖାଇ ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ

ଶ୍ଚିନ୍ତକୋଇଲି: ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ ହୋଇଥିବା ଅଭିଯୋଗ। ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ବନ୍ଧୁକ ଦେଖାଇ ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ୨ ଜଣ ଯୁବକ। ଏମିତି ଏକ ଅଘଟଣ ଘଟିଛି ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ପଞ୍ଚାୟତରେ। କେନାଲ ବନ୍ଧରୁ ବନ୍ଧୁରୁ ଛାତ୍ରୀଙ୍କ ଅପହରଣ କରିଥିବା ଅଭିଯୋଗ ହୋଇଛି। ଘଟଣା ଜାଣିବା ପରେ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।