ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନ ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଆସିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ପୁରୀ ମନ୍ଦିର ପାଖକୁ ଯାଇଥିଲେ ମଧ୍ୟ କଟକଣା ପାଇଁ ମନ୍ଦିର ଭିତରକୁ ଯାଇନଥିଲେ ନବୀନ। କେବଳ ବିକାଶମୂଳକ କାର୍ଯ୍ୟର ତଦାରଖ କରି ପୁରୀ ମନ୍ଦିର ସାମ୍ନାରୁ ଫେରି ଆସିଥିଲେ ନବୀନ।
ତେବେ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଂଟ ଅଥରିଟିଙ୍କ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଶ୍ରୀଜଗ୍ନନାଥ ହେରିଟେଜ କରିଡର ଗଠନ କରି ରାଜ୍ୟ ସରକାର ବିଭିନ୍ନ ବିକାଶମୂଳକ କାମ ଆଗେଇ ନେଉଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ଏଥିରେ ବାଧକ ସାଜି ବୋଲି କୁହାଯାଉଛି।
ଏପରିକି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି। ଏସବୁ ଘଟଣାକ୍ରମକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ନେଇ ସେଠାରେ ଆଲୋଚନା କରିପାରନ୍ତି ନବୀନ।