ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର: ବିଧାନସଭା ସାମ୍ନାରେ ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଛନ୍ତି। ହଂସପାଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ପାରିବାରିକ କଳହ ଯୋଗୁଁ ବ୍ୟକ୍ତିଜଣକ ଅଭିଯୋଗ କରିଥିଲେ।
ମଞ୍ଜେଶ୍ୱର ଥାନା ଅଭିଯୋଗ ପରେ କେହି ତାଙ୍କ କଥା ଶୁଣୁନଥିଲେ। କିଛି ଶୁଣୁନଥିବା ପ୍ରତିବାଦରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି। ପେଟ୍ରୋଲ ଧରି ଆତ୍ମାହୁତି ଉଦ୍ୟମ ବେଳେ ବ୍ୟକ୍ତିଜଣଙ୍କୁ ପୋଲିସ ଉଦ୍ଧାର କରିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଫଳ ବ୍ୟବସାୟୀ ହୋଇଥିବା ଜଣାପଡ଼ିଛି।