Odisha Link
Bridging the Missing Links in Odisha

ଆସନ୍ତା ୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ଖୋଲିବ ସମସ୍ତ ଐତିହ୍ୟସ୍ଥଳୀ। ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଐତିହ୍ୟସ୍ଥଳୀ ଖୋଲିଲେ ମଧ୍ୟ ରାଜ୍ୟ ପକ୍ଷରୁ ଜାରି ହୋଇଥିବା ସମସ୍ତ କଟକଣାକୁ ପାଳନ କରାଯିବ।

ତେବେ ଏପ୍ରିଲ୍ ୧୫ ତାରିଖରୁ କରୋନା ସଂକ୍ରମଣ କାରଣରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ବନ୍ଦ ରହିଛି। ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦେଖି ନିର୍ଦ୍ଦିଷ୍ଟ ଏସଓପି ପାଳନ କରାଯିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।